Styles: English, Odia, Translated. Click here to listen. କ୍ଷମା କରିଦେବ, ଏବେ ଶ୍ରୀହର, ସବୁଦିନ ଲାଗି ବିନତୀ ମୋର, ହିଂସା ମାୟା ମୋହ, ବନ୍ଧନେ ପଡ଼ି, ସଂସାର ଭିତରେ କରୁଛି ରଡ଼ି। ନାହିଁ ଦୟା କ୍ଷମା, ମୋଠାରେ ଏତେ, ଜିଇ ରହିଅଛି ଏ ମର ଜଗତେ, ତୁମର ଦେବ, ଦର୍ଶନ ନୋହିଲ, ସାରା ବିଶ୍ୱେ ରୋଗ ଶୋକ ବଢ଼ିଲା। ଯେତେ ଦୁର୍ବିପାକ, ଅଛି ଯେଉଁଠି, ଗୋଟି ପରେ ଗୋଟି ଆସଇ ଘୋଟି, ତୁମେ ସିନା ଅଛ, କୈଳାଶ ଶିଖେ, ଗୁହାରି କରିବୁ କାହାରି ମୁଖେ। ମାଡ଼ି ଅସେ ବେଳେ, କୋକୁଆ ଭୟ, ଦରଶନ ଦେଇ ଦିଅ ଅଭୟ, ଧରିତ୍ରୀ ଅବସ୍ଥା, ଉପରେ ଥାଇ, ଦେଖୁ ଅଛ ନୀତି କୈଳାଶ ସାଇଁ। ବର୍ଣ୍ଣନା କରିବା, ପାଇଁ ଭାଷା ମୋ ନହିଁ, ଗାଇଲେ କି ପ୍ରଭୁ ଆସିବ ଧାଇଁ??? ଏ ଜୀବ ଜଗତେ, ଧାର୍ଯ୍ୟ ର ସେତୁ, ହଲି ହଲି ପଦେ ହର କେବେଠୁ। ସବୁ ଜଣ ପରା, ହେ ତ୍ରିଲୋଚନ, ଚତୁର୍ଦ୍ଦିଗ ପଦେ ତୁମ ନୟନ, କେମିତି ଚଳିବା, ତୁମ ସଂସାର, ଧରା ଅବତାର ମୋର ଈଶ୍ୱର। Poem by ସ୍ନିଗ୍ଧା ରାଣୀ ସାହୁ Photo by Quang Nguyen Vinh from Pexels